ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବା ମୋର ସୌଭାଗ୍ୟ: ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ଜନତା ମୈଦାନରେ ମହାମହିମ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିଛନ୍ତି। ଉତ୍ସବରେ ଯୋଗ ଦେବା ଅବସରରେ ଅଭିଭାଷଣ ଦେଇ ମହାମହିମ କହିଛନ୍ତି, ଆଜି ବିଭିନ୍ନ କ୍ଷେତ୍ରରେ ଭାରତୀୟ ମାନେ ନିଜ ସଫଳତାର ଛାପ ଛାଡ଼ିଛନ୍ତି।
ଆଜି ସେମାନଙ୍କ ମଧ୍ୟରୁ କିଛି ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବା ମୋର ପରମ ସୌଭାଗ୍ୟ। ପ୍ରବାସୀ ଭାରତୀୟ ଦିବସ କେବଳ ଉତ୍ସବ ନୁହେଁ, ଏହା ଏପରି ଏକ ସୁଯୋଗ ଯେଉଁଠି ଚିନ୍ତାଧାରାର ଆଦାନ ପ୍ରଦାନ ହୁଏ।ନିକଟରେ ଆମେ ପ୍ରବାସୀ ଭାରତୀୟଙ୍କ ନିମନ୍ତେ ଅନେକ ମିଶନ ଆରମ୍ଭ କରିଥିଲୁ। ଏହା ଭାରତ ଓ ବିଶ୍ବ ସମୁଦାୟ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିଛି। ବିକଶିତ ଭାରତ ନିର୍ମାଣରେ ଆପଣଙ୍କ ଯୋଗଦାନ ଜରୁରୀ ବୋଲି ମହାମହିମ କହିଛନ୍ତି।