Odisha Link
Bridging the Missing Links in Odisha

କିର୍ମିରା ଅନାସ୍ଥା ଭୋଟିଂ ବାତିଲ: ଝାରସୁଗୁଡ଼ାରେ ପ୍ରତିବାଦ

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଥିଲା। ଭୋଟ୍‌ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ। କେହି ନଆସିବାରୁ ଅପେକ୍ଷା କରି ଫେରିଗଲେ ନିର୍ବାଚନ ଅଧିକାରୀ। ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା। ଭୋଟିଂ ବାତିଲ ହେବାରୁ ଝାରସୁଗୁଡାରେ ପ୍ରତିବାଦ ଦେଖିବାକୁ ମିଳିଛି।

ଅନ୍ୟପଟେ, ଭୋଟିଂ ବାତିଲ ପୂର୍ବରୁ ଅରଡ଼ା ପଞ୍ଚାୟତ ସରପଞ୍ଚ ଭୋଟିଂ ଅବଧି ବଢ଼ାଯାଉ ବୋଲି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପ୍ରଥମେ ଲଇକେରା ପୁଲିସ ଆସି ରେଡ୍ କଲା କହିଲା ସିସିଂ କେସ୍ ଅଛି। ତାପରେ ଛତିଶଗଡ଼ ପୁଲିସ୍ ଆସି ଆମକୁ ବନ୍ଦୀ କରି ରଖିଛି କହୁଛି ଉପରୁ ପ୍ରେସର୍ ଅଛି ଆମେ ଛାଡ଼ିବୁନି। ଆମେ ଓଡ଼ିଶା ସରକାରକୁ ଅନୁରୋଧ କରୁଛୁ ଆମେ ଭୋଟ୍ ନଦେବା ଯାଏଁ ଭୋଟିଂ ଅବଧି ବଢ଼ାଯାଉ।

ସୂଚନା ଅନୁସାରେ, ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ ଥିବା ଖବର ସାମ୍ନାକୁ ଆସିଥିଲା। ଛତିଶଗଡ଼ ସରେଇପାଲି ଥାନାରେ ବିଶାଲ ଦାସଙ୍କୁ ଅଟକ ରଖିଛି ସେଠାକାର ପୁଲିସ। ବିଶାଲ ଦାସଙ୍କ ସହ କିଛି କିରମିରା ବ୍ଲକ ଅଧିନ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଅଟକାଇଥିବା ଜଣାପଡିଛି। ଘଟଣାରେ ପୂର୍ବତନ ବିଧାୟିକା ତଥା ବିଶାଳଙ୍କ ଭଉଣୀ ବିସ୍ଫୋରକ ବୟାନ ଦେଇଥିଲେ। ଦୀପାଳି ଦାସ କହିଥିଲେ, ରାଜ୍ୟରେ ଡାରଟି ପଲିଟିକ୍ସ ଚାଲିଛି।

କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍। ଭୋଟ ଦେବାକୁ ସମିତି ସଭ୍ୟ ନଆସିଲେ ଦାୟୀ ରହିବେ ସରକାର। ସମିତି ସଭ୍ୟ ନିଜସ୍ବ ଇଚ୍ଛାରେ ଯାଇଥିବା କହିବାପରେ ବି ଅଟକ ରଖାଯାଇଛି। କାଲିଠୁ ଖାଇବାକୁ ଦିଆଯାଇନାହିଁ। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଥିବାରୁ ଜାଣିଶୁଣି ଏମିତି କରାଯାଇଥିବା ଦୀପାଳି ଦାସ କହିଛନ୍ତି।

Leave A Reply

Your email address will not be published.