Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲେ ୯ ଦୁର୍ଦ୍ଦାନ୍ତ ମାଓବାଦୀ, ଘୋଷଣା ହୋଇଥିଲା ୪୩ ଲକ୍ଷ ପୁରସ୍କାର

ଓଏଲ୍‌ ବ୍ୟୁରୋ: ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ଏହି ୯ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସବୁଠୁ ବଡ଼କଥା ହେଲା ୯ ଜଣଙ୍କ ନାମରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ତେବେ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ‘ନିଆଦ ନେଲା ନାର’ ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୁଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରିଛନ୍ତି।

ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.