Odisha Link
Bridging the Missing Links in Odisha

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଦୀପାଳି, ବିଜେପି ରଖିଲା ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କଲେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁୁଅ ତଥା ଦୀପାଳିିଙ୍କ ଭାଇ ବିଶାଳ ଦାସଙ୍କୁ ପୁଲିସ ଅଟକ ରଖିବା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିିଛନ୍ତି ଦୀପାଳି ଦାସ।

ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯେତେବେଳେ କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆଉ ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ସେତେବେଳେ ଅନାସ୍ଥା ଭୋଟ୍ ପାଇଁ ଜାନୁୟାରୀ ୧୦ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁୟାରୀ ୮ରେ ଧମକ ଚମକ ଦିଆଗଲା।

ଏହାପରେ ଜାନୁୟାରୀ ୯ରେ ଲଇକେରା ଥାନା ଅଧିକାରୀ ଗୋଟେ ପ୍ରାଇଭେଟ୍ ପର୍ପର୍ଟିକୁ ଯାଇ ବେଆଇନ୍ ଭାବେ ସର୍ଚ୍ଚ କଲେ। ଯାହାକି ଦୀପାଳି ଦାସଙ୍କ ଭାଇ ଭାଇ ବିଶାଲ ଦାସଙ୍କ ମାଲିକାନାରେ ଅଛି। ଏନେଇ IG ଙ୍କୁ ଭେଟି ସେ ଆଲୋଚନା କରିଥିଲେ। କିନ୍ତୁ ତାପର ଦିନ ଛତିଶଗଡ ଯାଇ ପୁଲିସ ହୋଟେଲରେ ସର୍ଚ୍ଚ କଲେ ବୋଲି କହିଛନ୍ତି ଦୀପାଳି ଦାସ।

ଏହାସହ ମିସିଂ କେସ୍ ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା। ଏହାପରେ ବିଶାଲ ଦାସ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ସଟର୍ ପଡିଥିଲା। ସେହି ସ୍ଥାନରେ ଛତିଶଗଡ ପୁଲିସ ମୁତୟନ ଥିଲେ। ସେହି ସମୟରେ ବିଶାଲ ଦାସ ପୁଲିସକୁ ପଚାରିଥିଲେ କାହିଁକି ଅଟକ ରଖାଯାଇଛି? ସେତେବେଳେ ପୁଲିସ କହିଥିଲା କି, ଉପରୁ ଅର୍ଡ଼ର ଆସିଲେ ଛାଡିବୁ। ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାରେ କୌଣସି ସୁଯୋଗ ଛାଡେନି ବୋଲି କହିଛନ୍ତି ଦୀପାଳି।

ଏହି ପ୍ରସଙ୍ଗରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ। ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦୀପାଳି ଦାସ ଓ ତାଙ୍କ ପରିବାର। ଦୀପାଲି ଦାସଙ୍କ ଭାଇ ଛତିଶଗଡ଼ରେ କଣ କରୁଥିଲେ ? ଦୀପାଳି ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରନ୍ତୁ, ଯେ ତାଙ୍କ ସରକାର ବେଳେ ଜଣେ ପୋଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ଏଫବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ଦୀପାଳି ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ମନୋଜ ମହାପାତ୍ର।

Leave A Reply

Your email address will not be published.