ନାମାଙ୍କନ ପତ୍ର ଦାଖଲ କଲେନି ଆତିଶୀ, କହିଲେ-ମୁଁ ନିର୍ବାଚନ ଲଢୁନି…
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମର୍ଲେନ ନାମାଙ୍କନ ଭରିବେ।
ନାମାଙ୍କନ ଭରିବା ପାଇଁ ଶୋଭାଯାତ୍ରାରେ ଯାଇଥିଲେ। ସକାଳେ ଗିରି ନଗର ଗୁରୁଦ୍ୱାର ଦର୍ଶନ କରିବା ପରେ ନାମାଙ୍କନ ଭରିବା ପାଇଁ ବାହାରିଥିଲେ। ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହେଲେ ସମୟରେ ପହଂଚି ନଥିବାରୁ ନାମାଙ୍କନ ଭରିଲେନି ଆତିଶୀ। ଭୋଟର ତାଲିକା ନେଇ ଆନ୍ଦୋଳନ ପାଇଁ ଆତିଶୀ କେଜ୍ରିୱାଲଙ୍କ ସହ ସାମିଲ ହୋଇଥିଲେ।
ଆଜି ନାମାଙ୍କନ ଦାଖଲ ପୂର୍ବରୁ ମା’ କାଲକାଜୀଙ୍କ ଦର୍ଶନ କରି କହିଥିଲେ, ମୁଁ ନିର୍ବାଚନ ଲଢୁନି, କାଲକାଜୀ ବାସିନ୍ଦା ଲଢୁଛନ୍ତି ନିର୍ବାଚନ। ବସ୍ତି ଉଚ୍ଛେଦ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ତେବେ ଜନତା ଦେବେ ଏହାର ଜବାବ ଦେବେ ବୋଲି ଆତିଶୀ କହିଥିଲେ।
ସୂଚନା ଅନୁସାରେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି।
ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ସବୁ ଥର ଭଳି ଏଥର ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ୮ରେ ଭୋଟ ଗଣତି ହେବ। ୧୦ ଫେବୃଆରୀରେ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ। ୧୭ ଜାନୁଆରୀ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।