Odisha Link
Bridging the Missing Links in Odisha

ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼, ବୁଡ଼ ପକାଇଲେ ୩୫ ଲକ୍ଷ ଶ୍ରଦ୍ଧାଳୁ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ମହାକୁମ୍ଭ ମେଳା। ମହାକୁମ୍ଭରେ ବୁଡ଼ ପକାଇଲେ ୩୫ ଲକ୍ଷ ଶ୍ରଦ୍ଧାଳୁ। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପାଇଁ ଭିଡ଼ ଜମିଛି। ସକାଳ ସାଢ଼େ ୭ଟା ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇଥିବା ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ। ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ସାହିସ୍ନାନ କରୁଛନ୍ତି ସାଧୁ ସନ୍ଥ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ। ହର ହର ମହାଦେବ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ସଙ୍ଗମ ସ୍ଥଳ।ଲକ୍ଷ ଲକ୍ଷ ସାଧିୁ ସନ୍ଥ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଘାଟିରେ ପ୍ରଥମ ସାହି ସ୍ନାନ କରୁଛନ୍ତି। ପୁରା ଆଧ୍ୟାତ୍ମିକ ପରିବେଶ। ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ତଟ।

ପୌଷ ପୂର୍ଣ୍ଣିମାରେ ଆସ୍ଥାର ପ୍ରଥମ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ। ପ୍ରବଳ ଭିଡ଼ ହୋଇଛି ଗଙ୍ଗା ନଦୀ ତଟ। ମହାକୁମ୍ଭ ପାଇଁ ଉତ୍ତର ପ୍ରଦେଶ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ମକର ସଂକ୍ରାନ୍ତି ଦିନ ଦ୍ବିତୀୟ ସାହି ସ୍ନାନ ହେବ। ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ।

Leave A Reply

Your email address will not be published.