ମହାକୁମ୍ଭ ମେଳା ୨୦୨୫: ଓଡ଼ିଶାରୁ ଗଡ଼ିବ ୩ଟି ସ୍ବତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ତାଲିକା
ଓଏଲ୍ ବ୍ୟୁରୋ: ମହାକୁମ୍ଭ ମେଳା ୨୦୨୫ ପାଇଁ ମହାଆୟୋଜନ କରିଛନ୍ତି ରାଜ୍ୟ ସରକାର। ପ୍ରଥମେ ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଥିଲ ସରକାର। ଏବେ ଓଡ଼ିଶାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପୂର୍ବତଟ ରେଳ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ଆୟୋଜନ କରିଛି। ଓଡ଼ିଶାର ୭ଟି ସ୍ଥାନରୁ ଗଡ଼ିବ ଏହି ସ୍ବତନ୍ତ୍ର ଟ୍ରେନ୍।
କୁମ୍ଭ ମେଳା ପାଇଁ ସ୍ବତନ୍ତ୍ର ଟ୍ରେନ୍
୧- ଭୁବନେଶ୍ବର: ଭୁବନେଶ୍ବରରୁ ଗଡ଼ିବ ଭୁବନେଶ୍ବର-ଟୁଣ୍ଡଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍। ଏହି ଟ୍ରେନ୍ଟି ଭାୟା କଟକ, ଯାଜପୁର, କେନ୍ଦୁଝର, ବୋକାରୋ,ଗୟା ଦେଇ ପ୍ରୟାଗରାଜରେ ପହଁଞ୍ଚିବ। ଏହି ଟ୍ରେନ୍ଟି ଜାନୁଆରୀ ୧, ୮, ୨୨ ଓ ଫେବୃଆରୀ୫, ୧୯ ଓ ୨୬ ତାରିଖରେ ଯାତ୍ରା କରିବ। ଏହି ଟ୍ରେନ୍ ଦିନ ୧୨.୩୦ରେ ଭୁବନେଶ୍ବରରୁ ପ୍ରୟାଗରାଜ ଅଭିମୁୁଖେ ଯାତ୍ରା କରିବ।
୨- ପୁରୀ: ପୁରୀରୁ ଗଡ଼ିବ ପୁରୀ-ଟୁଣ୍ଡଲା-ପୁରୀ ସ୍ବତନ୍ତ୍ର ଟ୍ରେନ୍। ଏହି ଟ୍ରେନ୍ଟି ପୁରୀ, କଟକ, ଯାଜପୁର, ବାଲେଶ୍ବର ଦେଇ ଯାତ୍ରା କରିବ। ଏହି ଟ୍ରେନ୍ ଜାନୁଆରୀ ୬,୨୦ ଓ ଫେବୃଆରୀ ୧୭ରେ ଯାତ୍ରା କରିବ। ଏହି ଟ୍ରେନ୍ ଦିନ ୧୨ ଟା ୩୦ ମିନିଟରେ ପୁରୀ ଛାଡ଼ିବ।
୩-ଟିଟଲାଗଡ଼: ଟିଟଲାଗଡ଼-ଟୁଣ୍ଡଲା-ଟିଟଲାଗଡ଼ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ଟି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ଡିଡିୟୁ ଦେଇ ପ୍ରୟାଗରାଜରେ ପହଁଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ୍ଟି ଜାନୁଆରୀ ୯, ୧୬, ୨୩ ଓ ଫେବୃଆରୀ ୬,୨୦, ୨୭ରେ ଟିଟଲଗଗଡ଼ରୁ ଦିନ ୧୨ ଟା ୩୦ରେ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିବ।
ସେହିପରି ବିଶାଖାପଟ୍ଟନମ-ଡିଡିୟୁ-ବିଶାଖାପଟ୍ଟନମ୍ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ଟି ରାୟଗଡ଼ା, ଟିଟଲାଗଡ଼, ରାୟପୁର ଦେଇ ପ୍ରୟାଗରାଜ ଯିବ। ଏହି ସ୍ବତନ୍ତ୍ର ଟ୍ରେନ୍ ଜାନୁଆରୀ ୯,୧୬,୨୩ ଓ ଫେବୃଆରୀ ୬,୨୦,୨୭ରେ ସକାଳ ୫ଟା ୩୫ରେ ବିଶାଖାପଟ୍ଟନମ୍ରୁ ଯାତ୍ରା ଆରମ୍ଭ କରିବ।
ବିଶାଖାପଟ୍ଟନମ୍-ଗୋରଖପୁର-ବିଶାଖାପଟ୍ଟନମ୍ ସ୍ବତନ୍ତ୍ର ଟ୍ରେନ୍ ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ଯାତ୍ରା କରିବ। ଏହି ଟ୍ରେନ୍ ଜାନୁଆରୀ ୫, ୧୯ ଓ ଫେବୃଆରୀ ୧୬ ତାରିଖରେ ଡିଡିୟୁ ଅଭିମୁଖେ ଯାତ୍ରା କରିବ। ସେହିପରି ତିରୁପତି-ବନାରସ-ତିରୁପତି ସ୍ବତନ୍ତ୍ର ଟ୍ରେନ୍ ରାୟଗଡ଼ା, ଟିଟଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ଯାତ୍ରା କରିବ। ଓଡ଼ିଶା ଦେଇ ଯିବାକୁ ଥିବା ୭ମ ଟ୍ରେନ୍ଟି ହେଉଛି ନରସପୁର-ବନରାସ-ନରସପୁର ସ୍ବତନ୍ତ୍ର ଟ୍ରେନ। ଏହି ଟ୍ରେନ୍ଟି ମଧ୍ୟ ରାୟଗଡ଼ା, ଟିଟଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ।