Odisha Link
Bridging the Missing Links in Odisha

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, ଏମ୍ଓୟୁ ସ୍ୱାକ୍ଷର ପାଇଁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏଥିପାଇଁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଆୟୁଷ୍ମାନ ଭାରତ’ ପ୍ରଚଳନ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ। ଆୟୁଷ୍ମାନ ଭାରତ ପ୍ରଚଳନ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହେବ। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷରିତ କରିବେ। ଏମ୍ଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଯୋଗଦେବେ।

ଆୟୁଷ୍ମାନ ଭାରତ ପ୍ରଚଳନ ପରେ ସ୍ବାସ୍ଥ୍ୟ ସେବା ଆହୁରି ହେବ ସୁଲଭ। ରାଜ୍ୟରେ ଆୟୁଷ୍ମାନ ସହ ଲାଗୁ ହେବ ଗୋପବନ୍ଧୁ ଆରୋଗ୍ୟ ଯୋଜନା। ଓଡ଼ିଶାର ୧ କୋଟି ପରିବାର ଏହି ଯୋଜନାର ଫାଇଦା ପାଇବେ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଯୋଜନାରୁ କେହି ଉପଯୁକ୍ତ ହିତାଧିକାରୀ ଯେମିତି ବଞ୍ଚିତ ହେବେ ନାହିଁ। ପ୍ରତି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା। ଆଡମିସନର ୩ ଦିନ ପୂର୍ବ ଓ ୧୫ ଦିନ ପର ଖର୍ଚ୍ଚ ଭରଣା କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.