Odisha Link
Bridging the Missing Links in Odisha

ଖଣ୍ଡଗିରିରେ ଅଶ୍ଲୀଳ ନାଚ ମନା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ପ୍ରସ୍ତୁତି ଚାଲିଛି ଜେରଦାର। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କୁମ୍ଭ ମେଳା କାର୍ଯ୍ୟ। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ତେବେ ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ବାହାର ଆଇଟମ୍‌ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା କରାଯାଇଛି। ଖଣ୍ଡଗିରି ପୁଲିସ ଓ ଯାତ୍ରା କମିଟି ପକ୍ଷରୁ ହୋଇଥିବା ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାହାର ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା। ଏଥର ଖଣ୍ଡଗିରିରେ ନାଚି ପାରିବେନି ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶନୀ। ଖଣ୍ଡଗିିରି ଥାନା ପକ୍ଷରୁ ଯାତ୍ରା କମିଟି ଗୁଡ଼ିକୁ ସିଧା ମନା କରାଯାଇଛି। ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମର ହେବ।

ସୂଚନାଥାଉକି, ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ ବଇନା ଦେଇ ସାରିଲେଣି। ଚଳିତ ଥର ପୁରୁଣା ଦଳ ସହ ୩ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜନ କମିଟି ଆଶା ରଖିଛନ୍ତି। ଯାତ୍ରା ଯାଜ୍ଞସେନୀ, ଯାତ୍ରା ବିଶ୍ବଦରବାର ଓ ଅପେରା ପୃଥ୍ବୀରାଜ ଏଥର ପ୍ରଥମ ଥର ପାଇଁ ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବଦରବାର, ଯାତ୍ରା ଯାଜ୍ଞସେନୀ ଆସିବେ। ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ। କେଉଁ ପାର୍ଟି କେଉଁ ବହି ନେଇ ଆସିବେ ତାହା ଗତ ଜୁନ୍ ମାସରୁ ଆଖଡ଼ାଘରୁ ଚୂଡ଼ାନ୍ତ ହୋଇସାରିଛି।

Leave A Reply

Your email address will not be published.