ବଡ଼ ଖବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର
ଓଏଲ୍ ବ୍ୟୁରୋ: ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବା ପାଇଁ ଯୋଜନା ଚାଲିଛି। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗିଫ୍ଟ ମିଲ୍କ ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ ପିଲାଙ୍କୁ ୨୦୦ ଏମ୍ଏଲ୍ କ୍ଷୀର ଦେବାର ଶୁଭାରମ୍ଭ ହୋଇଛି।
ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନକୁ ସଶକ୍ତ କରାଯିବ। ଗତକାଲି ଗୋକୁଳ ଯୋଜନାରେ ୩ ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି। ଏଥିରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶାର ଲୋକମାନଙ୍କର ଅର୍ଥନୈତିକ ଅବସ୍ଥାକୁ ସ୍ଥିର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଲକ୍ଷ୍ୟ ହେଉଛି ବିକଶିତ ଭାରତ ବିକଶିତ ଓଡ଼ିଶା। ତେଣୁ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ କରିବା ପାଇଁ ମହିଳା, ଆଦିବାସୀ, ହରିଜନ ଲୋକଙ୍କୁ ୩ହଜାର ଗାଈ ଦେବାର ବ୍ୟବସ୍ଥା କରାଯାଇଛି।