Odisha Link
Bridging the Missing Links in Odisha

HMPV ଭୟ: ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର ଅହମଦାବାଦ ପରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିଲେ ଆଉ ଦୁଇ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)ଆକ୍ରାନ୍ତ। ରାଜ୍ୟରେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ବଢିଥିବା ଭୟକୁ ନେଇ ସ୍ବାସ୍ଥ୍ୟ ବିଭାଗ ବୈଠକ କରିବ। ଆଜି ଲୋକସେବା ଭବନରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ସ୍ତରର ସ୍ଥିତି ନେଇ ବୈଠକରେ ହେବ ସମୀକ୍ଷା। ବୈଠକରେ ସବୁ ଜିଲ୍ଲାର ସିଡ଼ିଏମଓ ଉପସ୍ଥିତ ରହିବେ।

Leave A Reply

Your email address will not be published.