Odisha Link
Bridging the Missing Links in Odisha

ବୟସ୍କଙ୍କୁ ମିଳିବ ୩୫୦୦ ଟଙ୍କା, ବର୍ଦ୍ଧିତ ପେନସନ୍‌ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଏଣିକି ବୟସ୍କଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା। ବର୍ଦ୍ଧିତ ପେନସନ୍‌ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଶୁଭାରମ୍ଭ କରିବେ ମୋହନ ମାଝୀ। ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଭିନ୍ନକ୍ଷମଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା। ତେବେ ମୁଖ୍ୟମନତ୍ରୀ ଏହା ପରେ ବଡ଼ବିଲ୍ ମହୋତ୍ସବର ସିଲଭର୍ ଜୁବୁଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ସୂଚନା ଅନୁସାରେ, ଗତ ବଜେଟ୍‌ରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.