ପୁରୀ: ଆଖିବୁଜିଲେ ଶ୍ରୀମନ୍ଦିରର ଜଣେ ସେବାୟତ

ଓଏଲ୍ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଭିତରେ ଘଟିଛି ଅଭାବନୀୟ ଘଟଣା। ଦ୍ବିପ୍ରହାର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦଘାତରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ସେବାୟତଙ୍କୁ ମୃତ ଘୋଷଣା ପରେ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଶୋକର ଛାୟା ଖେଳିଯାଇଛି। ପୁରୀ ଜିଲ୍ଲାପାଳ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳିଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।