ତୁଟିଲା ବିବାଦ, ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ
ଓଏଲ୍ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିକୁ ନେଇ ବିବାଦ ପ୍ରସଙ୍ଗରେ ବୈଠକ ପରେ ନିଷ୍କର୍ସ ବାହାରିଛି। ଦୁଇ ଦିନ ହେବ ଲାଗିରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି। ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଯେଉଁମାନେ ବିଶୃଙ୍ଖଳା କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ। ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ୍ ନୋଟିସ୍ ହେବ। ଅତି କମ୍ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍ପେଣ୍ଡ୍ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ସୋମବାର ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ବି ହୋଇନି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ମହାସୁଆର ଅଭିଯୋଗ କରିଛନ୍ତି। ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ମଧ୍ୟ ବନ୍ଦ ରହିଥିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ନୀତି ବିଭ୍ରାଟକୁ ନେଇ ହୋଇଥିବା ବୈଠକ ପରେ ଏବେ ନିଷ୍କର୍ସ ବାହାରିଛି।