Odisha Link
Bridging the Missing Links in Odisha

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ

ଓଏଲ୍‌ ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ।ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କେନ୍ଦ୍ରୀୟ ସରକାର ବର୍ତ୍ତମାନ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରୁଛନ୍ତି। ୧୦ ବର୍ଷର କାର୍ଯ୍ୟ ସମାପ୍ତ ହେବା ପରେ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ। କେନ୍ଦ୍ର କର୍ମଚାରୀଙ୍କ ବେତନ ଏବଂ ପେନସନ୍ ବୃଦ୍ଧି କରାଯିବ।

Leave A Reply

Your email address will not be published.