Odisha Link
Bridging the Missing Links in Odisha

ଜାମିନ ମାଗିଲେ ହଂସିତା, ଶୁଣାଣି ବେଳେ ଦେଲେ ଚାଞ୍ଚଲ୍ୟକର ବୟାନ..

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ବହୁ ଚର୍ଚ୍ଚିତ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ଅନୀଲ ନୁହେଁ ସରୋଜ ସାହୁ ବୋଲି ଜଣା ପଡିଛି। କୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହଂସିତା ଅଭିଲିପ୍ସା। ସରୋଜ ସାହୁ ମୋ ସ୍ବାମୀ ବୋଲି କୋର୍ଟରେ ଦର୍ଶାଇଲେ ହଂସିତା। ସ୍ବାମୀଙ୍କ ଦେହ ଅସୁସ୍ଥ ଥିବା ନେଇ ଜାମିନ ମାଗିଲେ ହଂସିତା। ତେବେ ଫରୱାର୍ଡିଂ ଲେଟରରେ ହଂସିତାଙ୍କ ସ୍ବାମୀ ଅନୀଲ ଲେଖିଥିଲା ପୁଲିସ। ଯାହାକୁ ନେଇ ଏବେ ଚର୍ଚ୍ଚା ପୁଣି ବଢ଼ିବାରେ ଲାଗିଛି। ସରକାରୀ ଓକିଲ ଜାମିନ ପାଇଁ ଆପତ୍ତି କରିଛନ୍ତି।

ସୂଚନା ଅନୁସାରେ, ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ଏକକାଳୀନ ୧୨ଟି ସ୍ଥାନରେ ରେଡ କରିଥିଲା ଆୟକର ବିଭାଗ। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନରେ ଖୋଳତାଡ଼ କରିଛି। ମହାଠକେଇର ମାୟାଜାଲର ଚେର ନର୍ଲାରୁ ଦିଲ୍ଲୀ ଭାୟା ଭୁବନେଶ୍ବର ଦେଇ ଲମ୍ବିଥିଲା। ହେଲେ ନଗଦ ଦାମୀ ଗାଡ଼ି କିଣି ଅକଳରେ ପଡ଼ିଯାଇଥିଲେ ହଂସିକା।

ଜନ୍ମଦିନରେ ବିନା ଲୋନରେ ପୋର୍ସେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ସାରିଛି ପୁଲିସ।

ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍‌। ଏବେ ଏହାର ଖୋଳତାଡ଼ କରୁଛି ପୁୁଲିସ।

Leave A Reply

Your email address will not be published.