Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲେ ଦୀପାଳି, ପ୍ରତିକ୍ରିୟା ଦେଲେ ଆଇନମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ। ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ସେ କହିଛନ୍ତି, କିଛି ବିଜେପି ବିଧାୟକ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ବାରମ୍ୱାର ଉଠାଉଛନ୍ତି।

ସେମାନେ ଆମ ପରିବାର ସହ ଠିଆ ହେବେ କି ବୋଲି ପ୍ରଶ୍ନ କରିଛନ୍ତି। ଯାହାକୁ ନେଇ ଆଇନ ମନ୍ତ୍ରୀ ଜବାବ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି। ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ସେ ଲିଖିତ ଭାବେ ଜଣାଇଲେ ନିଷ୍ପତି ନେବେ। ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ।

ଅନ୍ୟପଟେ, ଦୀପାଳି ଦାସ ସିବିଆଇ ତଦନ୍ତ ଆଗକୁ ନେବେ କି ମୋହନ ସରକାର। ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପରିବାରର ଲେଖା ମାଗୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଆମ ପରିବାରକୁ ଡାକନ୍ତୁ। ସିବିଆଇ ତଦନ୍ତ ବିଷୟରେ ନିଶ୍ଚିତ ଭାବେ ଆଗକୁ ବଢ଼ନ୍ତୁ ବୋଲି ଦୀପାଳି କହିଛନ୍ତି।

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଘଟଣାର ୨ ବର୍ଷ ପରେ ଏ କଥା ଉଠାଇଲେ। ବିଧାନସଭାରେ ମଧ୍ୟ ଉଠାଇନାହାନ୍ତି ସାନ ଭଉଣୀ। ସେ ତେବେଳେ ତାଙ୍କ ସରକାର ଥିଲା। ବିଧାନସଭାରେ ଏ କଥା ଉଠାଇପାରିଥାନ୍ତେ। ହଜାର ହଜାର ଲୋକ ନବଦାସଙ୍କ ମୃତ୍ୟୁର ସତ୍ୟ ଜାଣିବାକୁ ଚାହାଁନ୍ତି। ସିବିଆଇ ତଦନ୍ତ ଚାହୁଁଥିଲେ ମୁଁ ଯିବି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେବା।

Leave A Reply

Your email address will not be published.