ପରଲୋକରେ ପ୍ରଭାତୀ ପରିଡ଼ାଙ୍କ ମାଆ
ଓଏଲ୍ ବ୍ୟୁରୋ: ପରଲୋକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଆ। ୮୯ ବର୍ଷ ବୟସରେ ମାଆ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ। ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ। ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ପରେ ପୈତୃକ ଗାଁ ନିଭରଣରେ ପହଞ୍ଚିଲେ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲୋଭାବତୀଙ୍କ ତୃତୀୟ ଝିଅ। ତେବେ ମାର୍ତ୍ତୃ ବିୟୋଗରେ ପ୍ରଭାତୀ ପରିଡ଼ାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।