Odisha Link
Bridging the Missing Links in Odisha

ମୁକ୍ତିଲାଭ କଲା ‘ଏମରଜେନ୍ସି’, ପ୍ରଥମ ଦିନରେ ଦର୍ଶକଙ୍କ ମନମୋହିଲା କଙ୍ଗନାଙ୍କ ଅଭିନୟ

ଓଏଲ୍‌ ବ୍ୟୁରୋ: ସିନେମା ଲଭର୍ସ ଡେ’ ଅବସରରେ ରିଲିଜ ହେଲା କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’। ଅନେକ ବାଦ ବିବାଦର ସମ୍ମୁଖୀନରେ ଶେଷରେ ପରଦାକୁ ଆସିଛି ରାଜନୈତିକ ଡ୍ରାମା ଫିଲ୍ମ ‘ଏମରଜେନ୍ସି’। ଏହି ଫିଲ୍ମରେ ଏହି ଚଳଚ୍ଚିତ୍ରଟି, ୧୯୭୫-୧୯୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ। ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ। ଏପରି ସମୟରେ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କଙ୍ଗନାଙ୍କ ପ୍ରୟାସ କରିଛନ୍ତି।

ଫିଲ୍ମ ଫ୍ରାଇଡେରେ ଏହି ଫିଲ୍ମଟି ସାରା ଦେଶରେ ମୁକ୍ତିଲାଭ କରିଛି। ସେପଟେ ଫିଲ୍ମର ରିଲିଜ ବିରୋଧରେ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବ ଅମୃତସରରେ ଏସଜିପିସି ପକ୍ଷରୁ କରାଯାଇଛି ପ୍ରତିବାଦ। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଏହି ଫିଲ୍ମର ନିର୍ମାଣ କରିଛି। ଦେଶରେ ଏମରଜେନ୍ସି ଲାଗୁକୁ ଚଳିତବର୍ଷ ୫୦ ବର୍ଷ ପୁରୁଛି। କଙ୍ଗନାଙ୍କ ସହିତ ଫିଲ୍ମର ପ୍ରମୁଖ ଭୂମିକାରେ ଅନୁପମ୍ ଖେର ଅଛନ୍ତି। ସେପଟେ ଏହି ଫିଲ୍ମ ଭାରତୀୟ ରାଜନୀତିର ଅନେକ ଅକୁହା କଥାକୁ ସାମ୍ନାକୁ ଆଣିବ ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଦୁଇ ଦୁଇ ଥର ଫିଲ୍ମର ରିଲିଜ୍ ଡେଟ୍ ସ୍ଥଗିତ ରହିଥିଲା। ଶେଷରେ ଆଜି ସିନେମା ମୁକ୍ତିଲାଭ କରିଛି। ପ୍ରଥମ ସୋ’ରେ ଦର୍ଶକ କଙ୍ଗନା ରାଣାୱତ ଅଭିନୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.