Champions Trophy: ଭାରତୀୟ ଦଳରେ ସ୍ଥାନ ପାଇଲେନି ଏହି ୮ ଷ୍ଟାର ଖେଳାଳି
ଓଏଲ୍ ବ୍ୟୁରୋ: ଓଏଲ୍ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ୧୫ ଜଣିିଆ ଦଳ ଘୋଷଣା କରିଛି ବିସିସିଆଇ। ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ ଦାୟିିତ୍ବ ମିଳିିଛି। ସେହିପରି ୧୫ ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସାମି। ଅନ୍ୟପଟେ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିନି। ସେହିପରି ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ଗୁରୁ ଦାୟିତ୍ବ ଦେଇଛି ବିସିସିଆଇ।
୧୫ ଜଣିଆ ଦଳ ଘୋଷଣା ହେବା ପରେ ଟିମ୍ ଇଣ୍ଡିଆର ୮ ଜଣ ଷ୍ଟାର ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ସଞ୍ଜୁ ସାମସନ୍ଙ୍କଠୁ ଆରମ୍ଭ କରି ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଇନ୍ଫର୍ମ ଖେଳାଳିଙ୍କ ଚମ୍ପିଆନ୍ସ ଟ୍ରଫି ଖେଳିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା।
୨୦୨୪ ବର୍ଷରେ ଭାରତୀୟ ଟି-୨୦ ଦଳରେ ଦମଦାର ପ୍ରଦର୍ଶନ କରିଥିଲେ ସଞ୍ଜୁ ସାମସନ୍। ଷ୍ଟାର ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ବିଶ୍ବକପ୍ ୨୦୨୩ ଏବଂ ଟି-୨୦ ବିଶ୍ୱକପରୁ ବାହାରେ ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳି ପାରି ନାହିଁ। ସେହିପରି ଭାରତୀୟ ଟିମ୍ ପାଇଁ ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-୨୦ରେ ଭାରତୀୟ ଟିମ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବି ଟିମ୍ରେ ସ୍ଥାନ ମିଳିପାରି ନାହିଁ। ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ହୋଇଥିବାରୁ ସୂର୍ଯ୍ୟଙ୍କୁ ବାଦ୍ ଦିଆଯାଇ ଥାଇପାରେ।
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ବି ଟ୍ରଫି ୨୦୨୫ ପାଇଁ ସୁଯୋଗ ମିଳି ନାହିଁ। ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା। ସେହିପରି ଘରୋଇ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା କରୁଣ ନାୟର, ଋତୁରାଜ ଗାଏକଓ୍ବାଡ, ୟୁଜବେନ୍ଦ୍ର ଚହଲ ଓ ଇଷାନ କିଷନଙ୍କୁ ଦଳରେ ସ୍ଥାନ ମିଳିନାହିଁ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ,ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସାମି, କୁଲଦୀପ ଯାଦବ।