ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଓଏଲ୍ ବ୍ୟୁରୋ: ଆଉମାତ୍ର ୪ ଦିନ ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଭାରତର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ ସେ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ସେହପିରି ପୁରୀରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପତାକା ଉତ୍ତୋଳନ କରିବାକୁ ଥିବା ବେଳା ଖୋର୍ଦ୍ଧାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।
ଆଉ କିଏ କେଉଁଠି କରିବେ ଜାଣନ୍ତୁ:
ସୁନ୍ଦରଗଡ଼: ସୁରେଶ ପୂଜାରୀ
ସୁବର୍ଣ୍ଣପୁର: ରବି ନାରାୟଣ ନାଏକ
କୋରାପୁୁଟ: ନିତ୍ୟାନନ୍ଦ ଗଣ୍ଡ
ଜଗତସିଂହପୁୁର: କୃଷ୍ଣ ଚନ୍ଦ୍ର ପାତ୍ର
ଯାଜପୁର: ପୃଥ୍ବୀରାଜ ହରିଚନ୍ଦନ
ରାୟଗଡ଼ା: ମୁକେଶ ମହାଲିଙ୍ଗ
ଗଜପତି: ବିଭୂତି ଭୂଷଣ ଜେନା
ବାଲେଶ୍ବର: କୃଷ୍ଣଚନ୍ଦ୍ର ମହାପାତ୍ର
କେନ୍ଦୁଝର: ଗଣେଶ ରାମ ସିଂ ଖୁୁଣ୍ଟିଆ
ନୂଆପଡ଼ା: ସୂର୍ଯ୍ୟବଂଶୀ ସୂରଜ
ଢେଙ୍କାନାଳ: ପ୍ରଦୀପ ବଳ ସାମନ୍ତ
ମାଲକାନଗିରି: ଗୋକୁଳାନନ୍ଦ ମଲ୍ଲିକ
ନୟାଗଡ଼: ସମ୍ପଦ ଚନ୍ଦ୍ର ସ୍ବାଇଁ
ଏହାସହ କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲରେ ଆରଡିସି ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳ, ବାରିପଦା, ବରଗଡ଼, ଗଦ୍ରକ, ବଲାଙ୍ଗୀର,, ବୌଦ୍ଧ, ଦେବଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର,ସମ୍ବଲପୁର ଓ ଫୁଲବାଣୀରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ।