Odisha Link
Bridging the Missing Links in Odisha

ବିକଶିତ ଗାଁ, ବିକଶିତ ଓଡ଼ିଶା: ୫ ହଜାର କୋଟି ବ୍ୟୟ ପାଇଁ କ୍ୟାବିନେଟ ମଞ୍ଜୁରୀ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଅନଷ୍ଠିତ ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ମହିଳା ଶିଶୁ ବିକାଶ ଆଦି ବିଭାଗର କିଛି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ଜଣାପଡିଛି।

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ଟି ନାଁରେ ରୂପାନ୍ତରୀକରଣ କରି ସ୍ମାର୍ଟ ସ୍କୁଲ ଯୋଜନା ଠିକ୍‌ ନ ଥିଲା। ଡିପିଆର ପ୍ରସ୍ତୁତ ହୋଇ ନ ଥିଲା କି ଏଷ୍ଟିମେଟ୍‌ ହୋଇ ନ ଥିଲା।ପିଲାମାନଙ୍କ ଭବିଷ୍ୟତ ପ୍ରତି ଏହା ଧୋକ୍କା ହୋଇଥିଲା। ତେଣୁ ଆଜି ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ପାଇଁ ନିଷ୍ପତ୍ତି ନିଆଯାଇଛି।

ବିକଶିତ ଗାଁ, ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହେବ। ଚଳିତ ବର୍ଷ ହଜାରେ କୋଟି ଟଙ୍କା ବ୍ୟୟକୁ ଅନୁମୋଦନ ମିଳିଛି। ସାଂପ୍ରତିକ ସ୍ଥିତି ସମୀକ୍ଷା ପରେ ପ୍ରତିବର୍ଷ ବଜେଟ ବଦଳିବ। ୫ବର୍ଷ ଯାଏ ନିରନ୍ତର ଚାଲିବ, ପଞ୍ଚାୟତ ବ୍ଲକ୍‌କୁ ସୁପାରିସ କରିବ। ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହେଲେ କାର୍ଯ୍ୟକାରୀ ହେବ। ୫ ବର୍ଷ ପାଇଁ ୫ ହଜାର କୋଟି ବ୍ୟୟ ପାଇଁ ପ୍ରାଥମିକ ଅନୁମୋଦନ ହୋଇଛି।

Leave A Reply

Your email address will not be published.