ସୁଭଦ୍ରା ଯୋଜନାରେ ୧୫୭ ପୁରୁଷଙ୍କ ଆବେଦନ: ଉପମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ସାମ୍ନାକୁ ଆସିଛି ବଡ ଖବର। ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ୧୫୭ ପୁରୁଷଙ୍କୁ ବାଦ୍ ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ୧୫୭ ପୁରୁଷ ଆବେଦନ କରିଥିବା ଜଣାପଡ଼ିଛି। ଆବେଦନ କରିଥିବା ୧୫୭ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଭୁଲ୍ବଶତଃ ଆବେଦନ କରିଥିବେ, ସେମାନଙ୍କୁ ବାଦ୍ ଦିଆଯାଇଛି। ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ। ସମସ୍ତ ଯୋଗ୍ୟ ମହିଳା ଆବେଦନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।