Odisha Link
Bridging the Missing Links in Odisha

ନୂଆପଡ଼ା ସୀମାରେ ମାଓ ଅପରେସନ ଜାରି, ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି

ଓଏଲ୍‌ ବ୍ୟୁରୋ: କଳାହାଣ୍ଡି ଗସ୍ତରେ ପୁଲିସ ଡିଜି ୱାଇଵି.ଖୁରାନିଆ। ମାଓ ଏନ୍‌କାଉଣ୍ଟର ପରେ ଆଜି ଗ୍ରାଉଣ୍ଡ ଜିରୋରେ ପୁଲିସ ଡିଜି। ନୂଆପଡା ସ୍ଥାନୀୟ ଜିଲ୍ଲା ପୁଲିସ ମାଓବାଦୀଙ୍କ ସ୍ଥିତି ଅନୁଧ୍ୟାନ କରିବା ପରେ ପଗାରପାଣି ସ୍ଥିତ ସିଆରପିଏଫ୍ ନୂତନ ବାଟାଲିୟନକୁ ଯିବେ। ପରେ ରିଜର୍ଭ ଠାରେ ଏସଓଜି ଯବାନଙ୍କୁ ଭେଟିବେ। ଯବାନ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟଣା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ।

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ଚାଲିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌। ଗତକାଲି ରାତିରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି। ରାତି ସାରା ଗରିଆବନ୍ଧ ଡିଆଇଜି ଓ ସିଆରପିଏଫ୍‌ କୋବରା ଯବାନ ଉପସ୍ଥିତ ଥିଲେ। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସମୀକ୍ଷା ହୋଇଥିବାବେଳେ ବରିଷ୍ଠ ପୁଲିସ ଓ ସିଆରପିଏଫ ଅଧିକାରୀଙ୍କ ସହ ପୁଲିସ ଡିଜି ଆଲୋଚନା କରିଛନ୍ତି।

ସକାଳୁ କୁଲାରିଘାଟ ଅଞ୍ଚଳର ଭାଲୁଡିଗି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗରିଆବନ୍ଧ ଏସ୍‌ପି ନିଖିଲ ସଖେଚା ଏହାର ମନିଟରିଂ କରୁଛନ୍ତି। ଏନ୍‌କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୯ଜଣ ପୁରୁଷ ଓ ୫ଜଣ ମହିଳା ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଏସଓଜି ଯବାନ। ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୂଆପଡ଼ା ଏସପି କହିଛନ୍ତି।

Leave A Reply

Your email address will not be published.