ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ପୁଣି ୮୦ ହଜାର ପାର୍

ଓଏଲ୍ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଜାନୁଆରୀରେ ମଧ୍ୟ ସୁନା ଦର ଉପରମୁହାଁ ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୦୯୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫,୨୫୦ ଟଙ୍କା ରହିଛି।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୭,୫୨୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୦,୨୦୦ ଟଙ୍କା ରହିଛି। ଏହା ଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି। ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୩.୯୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୩୧.୨୦ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୩୯୦ ଓ ୧ କେଜି ପିଛା ୧,୦୩,୯୦୦ ଟଙ୍କା ରହିଛି। ବଜେଟ ପୂର୍ବରୁ ସୁନା ଦର ମହଙ୍ଗା ହେଉଥିବାରୁ ବଜେଟ ପରେ ଆହୁରି ମହଙ୍ଗା ହେବା ନେଇ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି।