ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ଓଏଲ୍ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୯ଦିନ ପରେ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ। କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ୨୨ ଯାଏ ବନ୍ଦ ଥିଲା। କେନ୍ଦ୍ରାପଡ଼ା ଭିତରକନିକାରେ ବଉଳା କୁମ୍ଭୀର ଗଣନା ଶେଷ ହୋଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ତେବେ ବଉଳା କୁମ୍ଭୀର ସଂଖ୍ୟା ୧୮୧୧ରୁ ୧୮୨୬କୁ ବୃଦ୍ଧି ପାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ସୂଚନା ଦେଇଛନ୍ତି।