Odisha Link
Bridging the Missing Links in Odisha

ନେତାଜୀଙ୍କ ମୃତ୍ୟୁ ଆଜି ବି ଏକ ରହସ୍ୟ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ନେତାଜୀ ସୁଭାଷ ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିଛନ୍ତି।

ପରାକ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, କ୍ୟାଲେଣ୍ଡରରେ ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଥାଏ। କାରଣ ଏହି ଦିନରେ ନିର୍ଭିକ ବିପ୍ଲବୀ ଜନ୍ମ ନେଇଥିଲେ। ଯେତେବେଳେ ସଂଗ୍ରାମ ଏବଂ ଦେଶାତ୍ମବୋଧର ଆଲୋଚନା ହୁଏ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ସର୍ବାଗ୍ରେ ରହିଥାଏ। ବୀର ଜନନାୟକଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ସୁଭାଷ ବୋଷଙ୍କ ଜନ୍ମଜୟନ୍ତୀଙ୍କୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି।

୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ। ନେତାଜୀ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ନେତାଜୀଙ୍କ ଜନ୍ମସ୍ଥାନରେ କାର୍ଯ୍ୟକ୍ରମ ଆମ ପାଇଁ ସୌଭାଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Leave A Reply

Your email address will not be published.