ହାସ୍ୟ ଜଗତରେ ହତ୍ୟା ଧମକ, ୪ ବଲିଉଡ୍ ଷ୍ଟାରଙ୍କୁ ଧମକପୂର୍ଣ୍ଣ ଇ-ମେଲ

ଓଏଲ୍ ବ୍ୟୁରୋ: ହାସ୍ୟ ଜଗତରେ ଚର୍ଚ୍ଚା ବଢ଼ାଇଛି ହତ୍ୟା ଧମକ। କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ୪ ବଲିଉଡ୍ ଷ୍ଟାରଙ୍କୁ ହତ୍ୟା ଧମକ ଆସିଛି। କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୌଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି।
ପାକିସ୍ତାନରୁ ମେଲ୍ ଜରିଆରେ ଏହି ଧମକ ଦିଆଯାଇଛି। ଏହା ସହିତ ସେମାନଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଏ ସମ୍ପର୍କରେ ଅଭିନେତା ରାଜପାଲ ଯାଦବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ମେଲଗୁଡ଼ିକ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି ବୋଲି ପୁଲିସ କହିଛି।