ଖୋଲିଲା ନେତାଜୀଙ୍କ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର, ୩୧ ତାରିଖ ଯାଏ ନିଶୁଳ୍କ ପ୍ରବେଶ

ଓଏଲ୍ ବ୍ୟୁରୋ: ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିଛନ୍ତି।
ପରାକ୍ରମ ଦିବସ ଅବସରରେ କଟକରେ ଲୋକାର୍ପିତ ହେଲା ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର। ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାୟତ୍ତ ଶାସନ ଦିବସରୁ ଉଦଘାଟନ ହୋଇଥିଲେ ବି ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ବନ୍ଦ ଥିଲା। ତେବେ ୩୧ ତାରିଖ ଯାଏ ନେତାଜୀ ସ୍ମାରକୀକୁ ନିଶୁଳ୍କ ପ୍ରବେଶ ଘୋଷଣା କରାଯାଇଛି।