ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ, ଦେଶ ପାଳୁଛି ପରାକ୍ରମ ଦିବସ
ଓଏଲ୍ ବ୍ୟୁରୋ: ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ।
କଟକ ଓଡ଼ିଆ ବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ନେତାଜୀ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ସୁବାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି।
ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ। କେବଳ ଭାରତରେ ନୁହେଁ ସେ ଦେଶ ବାହାରେ ଅନେକ ପ୍ରଭାବଶାଳୀ ଦେଶରେ ତାଙ୍କ ବ୍ୟକ୍ତିତ୍ୱ ବେଶ ସୁପରିଚିତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭିନ୍ନ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇଛି।
ପରାକ୍ରମ ଦିବସ ଅବସରରେ କଟକରେ ଲୋକାର୍ପିତ ହେବ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାୟତ୍ତ ଶାସନ ଦିବସରୁ ଉଦଘାଟନ ହୋଇଥିଲେ ବି ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ବନ୍ଦ ଥିଲା। ତେବେ ୩୧ ତାରିଖ ଯାଏ ନେତାଜୀ ସ୍ମାରକୀକୁ ନିଶୁଳ୍କ ପ୍ରବେଶ ଘୋଷଣା କରାଯାଇଛି।