Odisha Link
Bridging the Missing Links in Odisha

ନେତାଜୀଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା ପ୍ରଶଂସନୀୟ: ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ପରାକ୍ରମ ଦିବସ ଅବସରରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ଦୂରଦୃଷ୍ଟି ଆମକୁ ସର୍ବଦା ପ୍ରେରଣା ଦେଉଛି। ନେତାଜୀଙ୍କ ଆଦର୍ଶକୁ ପାଥେୟ କରି ନୂଆ ଭାରତ ଗଠନରେ ବ୍ରତୀ ରହିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରେରଣା ଦେଇଛନ୍ତି।

୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା‘ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ।କଟକ ଓଡ଼ିଆ ବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ନେତାଜୀ ବ୍ରିଟିଶ ସରକାରଙ୍କୁ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ସୁବାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଉଜ୍ଜିବୀତ ହୋଇ ରହିଛି।

ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ, ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ। କେବଳ ଭାରତରେ ନୁହେଁ ସେ ଦେଶ ବାହାରେ ଅନେକ ପ୍ରଭାବଶାଳୀ ଦେଶରେ ତାଙ୍କ ବ୍ୟକ୍ତିତ୍ୱ ବେଶ ସୁପରିଚିତ ମୁକ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିଭିନ୍ନ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇଛି।

Leave A Reply

Your email address will not be published.