ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍, ଟିକେଟ କିଣିଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍। ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି। ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ଯ୍ୟ ଜାରି ରହିଛି।
ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ।
ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏହି ମ୍ୟାଚ ପାଇଁ ଟିକେଟ କିଣିଛନ୍ତି। ଆଗାମୀ ମ୍ୟାଚର ପ୍ରସ୍ତୁତି ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଦସ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା କରିଛନ୍ତି।