ଶ୍ରୀମନ୍ଦିରରେ ପଞ୍ଚସୂତ୍ରୀ ମାର୍ଗଦର୍ଶିକା ଜାରି, ମୁଖ୍ୟ ପ୍ରଶାସକଙ୍କ ପରାମର୍ଶକୁ ମାନିଲେ ଶ୍ରୀମନ୍ଦିର କର୍ମଚାରୀ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଜାରିହେଲା ନୂଆ ଗାଇଡଲାଇନ। ୫ ସୂତ୍ରୀ ଗାଇଡଲାଇନ ଜାରିକଲା ଶ୍ରୀମନ୍ଦିର ପ୍ରଶାସନ। ଡ୍ଯୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ।
୫ ସୂତ୍ରୀ ଗାଇଡଲାଇନ ଅନୁସାରେ ହସ୍ତତନ୍ତ ବସ୍ତ୍ର ପିନ୍ଧି କାର୍ଯ୍ୟାଳୟ ଆସିଲେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପଞ୍ଚସୂତ୍ରୀ ପରାମର୍ଶକୁ ଗ୍ରହଣ କଲେ ଶ୍ରୀମନ୍ଦିର କର୍ମଚାରୀ। ପଞ୍ଚସୂତ୍ରୀ କାର୍ଯ୍ୟାବଳୀରେ ଥିଲା ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧି ଅଫିସ୍ ଆସିବା। ପରାମର୍ଶ ପାଳିଥିବାରୁ ମୁଖ୍ୟ ପ୍ରଶାସକ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିଛନ୍ତି। ପାନ, ଗୁଟ୍ଖା, ମାଦକ ଦ୍ରବ୍ୟ ଉପରେ କଟକଣା ଲାଗିଛି। ସିସିଟିଭି ଲାଗିବ, ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜାନୁଆରୀ ୩୧ ସୁଦ୍ଧା ନିଜ ସଂପତ୍ତି ତାଲିକା ଦାଖଲ କରିବେ।