ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଇନ୍ଦୋର ଠାରେ ଆୟୋଜିତ ମିଷ୍ଟ୍ରେସ୍ ଇଣ୍ଡିଆରେ ସ୍ଵର୍ଣ୍ଣ ପଦକ ଜିତି ଏସିଆନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସ୍ଵର୍ଣ୍ଣ ପଦକ ଜିତି ଏସିଆନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଓଡ଼ିଶାର ପିଙ୍କି ବେହେରାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସ୍ଵର୍ଣ୍ଣ ପଦକ ଜିତି ଏସିଆନ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଓଡ଼ିଶାର ପିଙ୍କି ବେହେରାଙ୍କୁ ଶୁଭେଚ୍ଛା ଜଣାଇଲି। ୨୯ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଗୋଲ୍ଡ ମେଡାଲ ପାଇବା ସଙ୍ଗେ ଚ୍ଯାମ୍ପିୟନ ଆକ୍ଷା ଅର୍ଜନ କରିବା ଆମ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। ପ୍ରଥମ ଓଡ଼ିଆ ବଡ଼ି ବିଲ୍ଡର ଭାବେ ସେ ଆଗାମୀ ଏପ୍ରିଲ ମାସରେ ଓମାନରେ ହେବାକୁ ଥିବା ପ୍ରତିଯୋଗୀତାରେ ଐତିହାସିକ ବିଜୟ ହାସଲ କରିବେ ବୋଲି ମୋର ଦୃଢ ବିଶ୍ବାସ।