ଛତିଶଗଡ଼ରେ ନିହତ ୧୨ ମାଓବାଦୀଙ୍କ ମିଳିଲା ପରିଚୟ, ଜଣେ ଓଡ଼ିଆ ଚିହ୍ନଟ

ଓଏଲ୍ ବ୍ୟୁରୋ: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ ହୋଇଥିଲେ। ତେବେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଲା। ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ମୃତ ଓଡ଼ିଆ ମାଓବାଦୀ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା। ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା।
ସୂଚନା ଥାଉକି, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ ହୋଇଥିଲେ। ତେବେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।। ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା। ୪ ଦିନ ଧରି ୫୦୦ ସୁରକ୍ଷାକର୍ମୀ ଘେରାବନ୍ଦୀ ପରେ ୨୭ ଜଣ ମାଓବାଦୀ ସହ ଟପ୍ କମାଣ୍ଡର ଜୟରାମଙ୍କୁ କରିଥିଲେ ଏନ୍କାଉଣ୍ଟର। ଏହି ବଡ଼ ସଫଳତା ପରେ ସୁରକ୍ଷାବାହୀଙ୍କୁ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିଲା।