ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଓଏଲ୍ ବ୍ୟୁରୋ: ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ଥର ମୋଟ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରିଛନ୍ତି ଭାରତ ସରକାର। ସେ ମଧ୍ୟରୁ ଓଡ଼ିଶାର ୪ ଜଣଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର।
ମେଡିିସିନ୍ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିବା ବେଳେ କଳାରେ ଅଦ୍ବୈତ ଚରଣ ଗଡ଼ନାୟକ ଓ ଦୁର୍ଗା ଚରଣ ରଣବୀରଙ୍କୁ ପଦ୍ମଶ୍ରୀ। ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ସୂଚନାଥାଉକି ଚଳିତଥର ମୋଟ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବ। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ।