ଗୁଣବତ୍ତା ପରୀକ୍ଷାରେ ୧୩୫ଟି ଔଷଧର ନମୂନା ବିଫଳ
ଓଏଲ୍ ବ୍ୟୁରୋ: ଧାର୍ଯ୍ୟ ଗୁଣବତ୍ତାକୁ ପୂରଣ କରିପାରୁନି ମେଡିସନ୍। ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୩୫ଟି ଔଷଧ ବ୍ୟାନ୍। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ତରଫରୁ ସାରା ଦେଶରେ ମେଡିସିନର ମୋଟ ୧୩୫ଟି ନମୂନାକୁ ବ୍ୟାନ କରାଯାଇଛି। ଯେଉଁସବୁ ମେଡିସିନଗୁଡ଼ିକର ନମୂନା ବ୍ୟାନ କରାଯାଇଛି, ସେଗୁଡ଼ିକ ମଧ୍ୟରେ ହାର୍ଟ, କିଡନୀ, ବିପି ଓ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ ସାମିଲ ରହିଛି। ଏହା ପୂର୍ବରୁ ମଧ୍ୟ CDSCO ତରଫରୁ ଅନେକ ଔଷଧକୁ ବ୍ୟାନ କରାଯାଇଥିଲା। CDSCO ତରଫରୁ ଡିସେମ୍ବରରେ ନିଆଯାଇଥିବା ମେଡିସିନର ନମୂନାର ରେଜଲ୍ଟ ଜାରି କରାଯାଇଛି। ୧୩୫ରୁ ଅଧିକ ମେଡିସିନର ମାନକ ସଠିକ୍ ନଥିବା କୁହାଯାଇଛି। ଯେଉଁ ଔଷଧଗୁଡ଼ିକର ସାମ୍ପୂଲ ଫେଲ ହୋଇଛି, ସେଗୁଡ଼ିକ ମଧ୍ୟରେ ହାର୍ଟ, କିଡନୀ, ବିପି ଓ ଆଣ୍ଟିବାୟୋଟିକ ସମେତ ଆହୁରି ଅନେକ ଔଷଧ ସାମିଲ ରହିଥିବା କୁହାଯାଇଛି।
ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ମେଡିସିନଗୁଡ଼ିକର ନମୂନା ମାନକରେ ଫିଟ ରହିନଥିଲା। ଏହି ମେଡିସିନଗୁଡ଼ିକ ଦେଶର ଅନେକ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ପ୍ରସ୍ତୁତ କରିଥାଏ। କ୍ବାଲିଟି ଟେଷ୍ଟରେ ଏହି ମେଡିସିନ୍ସ ଫେଲ ହୋଇଛି ଓ ସେଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି କୁହାଯାଇଛି। ଏହି ମେଡିସିନଗୁଡ଼ିକର ନିର୍ମାତା ମଧ୍ୟ ଏବେ ଯାଞ୍ଚ ଘେରକୁ ଚାଲିଆସିଛନ୍ତି। ଏହି ମେଡିସିନଗୁଡ଼ିକ ମଧ୍ୟରୁ ଅଧିକାଂଶ ମେଡିସିନ ମଧୁମେହ ଓ ମାଇଗ୍ରେନ ରୋଗ ପାଇଁ ଦିଆଯାଉଥିଲା। ଏପରି ସ୍ଥିତିରେ ଏବେ ମେଡିସିନ ନିର୍ମାତାଙ୍କ ଲାଇସେନ୍ସ ରଦ୍ଦ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।