ମାହାଙ୍ଗା ଡବଲ ମର୍ଡର ମାମଲା: ପୁଣି ଆଇନ ଜାଲରେ ଛନ୍ଦି ହେଲେ ପ୍ରତାପ ଜେନା
ଓଏଲ୍ ବ୍ୟୁରୋ: ପୁଣି ଅଡୁଆରେ ପ୍ରତାପ ଜେନା। ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଣି ଆଇନ ଜାଲରେ ଛନ୍ଦି ହେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍। ୪ ସପ୍ତାହ ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିମ୍ନ ଅଦାଲତରେ ସାକ୍ଷୀଙ୍କ ବୟାନ ରେକର୍ଡ ସତ୍ୟପାଠ ଦ୍ବାରା ଦାଖଲ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନଚିଟ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତକ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ ଯାଇଛନ୍ତି। ପ୍ରତାପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ରାୟକୁ ରଦ୍ଦ କରାଯାଇଥିଲା। ନିମ୍ନ ଅଦାଲତ ଦେଇଥିବା ରାୟକୁ ରଦ୍ଦ କରିଥିଲେ ହାଇକୋର୍ଟ।
ଅଭିଯୋଗ ମୁତାବିକ, ଜାନୁୟାରୀ ୨୦୨୧ରେ ମାହାଙ୍ଗାରେ ଘଟିଥିଲା ଡବଲ୍ ମର୍ଡର। କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏଥିରୁ ୯ ଜଣ ଗିରଫ ହୋଇଥିଲେ। ଏତଲା ଅନୁସାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା। ତେବେ ପରବର୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଅନ୍ୟ ରେକର୍ଡରୁ ବିଧାୟକଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡଯନ୍ତ୍ର, ହତ୍ୟା ଧମକ ଅଭିଯୋଗ ନେଇ ଆପାତତଃ ମାମଲା ହୋଇଥିଲା।