ଉତ୍କର୍ଷ ଓଡ଼ିଶା କନକ୍ଲେଭ: ପଞ୍ଜିକରଣ କଲେଣି ୭ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି
ଓଏଲ୍ ବ୍ୟୁରୋ: ଜାନୁଆରୀ ୨୮ ଓ ୨୯ ତାରିଖ ୨ ଦିନ ଧରି ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି। ଶିଳ୍ପ ମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍କ୍ଲେଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଅଶ୍ବିନୀ ଓ ଜୁଏଲ ଓରାମ ଯୋଗ ଦେବେ। ୭ ହଜାର ୫ଶହରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜିକରଣ କରିଛନ୍ତି।
ଉତ୍କର୍ଷ ଓଡ଼ିଶା କନ୍କ୍ଲେଭରେ ୧୬ରୁ ଅଧିକ ଦେଶର ଶତାଧିକ ପ୍ରିତିନିଧି ଓ କୂଟନୀତିଜ୍ଞ ସାମିଲ ହେବେ। କରମ୍ ଅଦାନୀ, ନବୀନ ଜିନ୍ଦଲ, କୁମାର ମଙ୍ଗଲମ ବିର୍ଲା ସାମିଲ ହେବେ। ଜିନ୍ଦଲ ଓ ହିତେଶଙ୍କ ପରି ବିଶିଷ୍ଠ ଶିଳ୍ପପତି ମଧ୍ୟ ସାମିଲ ହେବେ। ଜାନୁଆରୀ ୩୦ରେ ସାଧାରଣ ଲୋକ ବୁଲି ଦେଖିପାରିବେ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନରେ ଏହାର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ। ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରେଷ୍ଠ 5ଟି ଅର୍ଥନୀତି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପାଇବାର ଲକ୍ଷ୍ୟ ନିଶ୍ଟୟ ପୂରଣ ହେବ । ଶ୍ରମିକ, କୃଷକଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।