Odisha Link
Bridging the Missing Links in Odisha

ଓଇଆର୍‌ସି ଅଧ୍ୟକ୍ଷ ପଦ ପୂରଣ ପାଇଁ ବିଜ୍ଞପ୍ତି, ଜାଣନ୍ତୁ କ’ଣ ରହିଛି ନିୟମାବଳୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବୃୟାରୀ ୨୪ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି।

ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଇସ୍ତଫା ଯୋଗୁ ଗତ ୨୦୨୩ ନଭେମ୍ବର ମାସରୁ ଏହି ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ସର୍ବାଧିକ ୫ବର୍ଷ ଅବା ୬୫ବର୍ଷ ବୟସ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଯିଏ ଏହି ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରିବେ ସେ ଅନ୍ୟ କୌଣସି ଦାୟିତ୍ୱରେ ରହିପାରିବେ ନାହିଁ ବୋଲି ବିଜ୍ଞାପନରେ ଦର୍ଶାଯାଇଛି।

 

Leave A Reply

Your email address will not be published.