ଦିଲ୍ଲୀ ନିର୍ବାଚନ: ବିକଶିତ ଦିଲ୍ଲୀ ପାଇଁ ବିଜେପିର ୫ଟି ବଡ଼ ସଂକଳ୍ପ..
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି।ଏସବୁ ଭିତରେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛି।
ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ୫ ବଡ଼ ସଂକଳ୍ପ..
୧. ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ। ମହିଳା ସମୃଦ୍ଧି ଯୋଜନାରେ ୨୫୦୦ ଟଙ୍କା ମିଳିବ।
୨. ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ମିଳିବ। ୨୧ ହଜାର ଟଙ୍କା ସହ ମିଳିବ ୬ଟି ନ୍ୟୁଟ୍ରିସନାଲ କିଟ୍।
୩. ବର୍ଷକୁ ମିଳିବ ୨ଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ। ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର ମିଳିବ।
୪. ୬୦ରୁ ୭୦ ବୟସର ବୟସ୍କଙ୍କୁ ମାସିକ ୨୫୦୦ ଭତ୍ତା ପ୍ରଦାନ କରାଯିବ।
୫. ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।