ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ
ଓଏଲ୍ ବ୍ୟୁରୋ: ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବେନ୍ଦ ଭାରତ ଏକ୍ସପ୍ରେସ। କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି। ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ। ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ। କଶ୍ମୀରର ଥଣ୍ଡା ପରିବେଶକୁ ନଜରରେ ରଖି ଏହି ଟ୍ରେନକୁ ଡିଜାଇନ କରାଯାଇଛି। କଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିବା ପରେ ଆଜି ଟ୍ରାଏଲ ରନ କରାଯାଇଛି। ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଖୁବ୍ଶୀଘ୍ର ହେବାକୁ ଯାଉଛି।