Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହେଲା ଏସିଆନ କ୍ୟାନ୍ସର ହସ୍ପିଟାଲ

ଓଏଲ୍‌ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଏସିଆନ କ୍ୟାନ୍ସର ହସ୍ପିଟାଲ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହୋଇଛି। ମେଡ଼ିକାଲ ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ବର୍ମା ଏହାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟଗତ ସୁବିଧା ପାଇଁ ଯଥାଶୀଘ୍ର ଏଠାରେ ଓପିଡି, ଅସ୍ତ୍ରୋପଚାର ସୁବିଧା ସହ ଆନୁସାଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେବ ଏବଂ ଆଗାମୀ ଭବିଷ୍ୟତରେ ଯେମିତି ଓଡ଼ିଶାର ଜଣେ ବି କର୍କଟ ରୋଗୀ ରାଜ୍ୟ ବାହାରକୁ ନ ଯାଇ ଓଡ଼ିଶାରେ ଚିକିତ୍ସିତ ହେବ ସେଥିପାଇଁ ଏସିଆନ କ୍ୟାନ୍ସର ହସ୍ପିଟାଲ ସଂକଳ୍ପବଦ୍ଧ ବୋଲି ଅନୁଷ୍ଠାନ ତରଫରୁ ଡକ୍ଟର ସଞ୍ଜୟ ଶର୍ମା କହିଛନ୍ତି। ସୂଚନା ଥାଉକି ପ୍ରଥମ ଦିନରେ ୧୫-୨୦ କ୍ୟାନ୍ସର ରୋଗୀ ଆସି ଏସିଆନ କ୍ୟାନ୍ସର ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

Leave A Reply

Your email address will not be published.