Odisha Link
Bridging the Missing Links in Odisha

ଆପ୍ ଜିତିଲେ ନିର୍ବାଚନ, ଦିଲ୍ଲୀବାସୀଙ୍କୁ ମିଳିବ କ’ଣ? ଘୋଷଣାପତ୍ର ଜାରି କଲେ କେଜ୍ରିୱାଲ..

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି।

ଦିଲ୍ଲୀ ନିର୍ବାଚନ ଲାଗି ଆପ ଘୋଷଣାପତ୍ର ଜାରି କରିଛି। ଘୋଷଣାପତ୍ର ଜାରି କଲେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିରେ ଦିଲ୍ଲୀବାସୀଙ୍କ ଲାଗି ଆପ ୫ ବଡ଼ ଗ୍ୟାରେଣ୍ଟି ନିଶ୍ଚିତ କରିଛି। ଦିଲ୍ଲୀ ଘୋଷଣାପତ୍ର ଜାରି ଅବସରରେ ବରିଷ୍ଠ ନେତା ମନୀଷ ସିସୋଦିଆ, ଆତିଶୀ, ସଂଜଯ ସିଂହ, ରାଘବ ଚଢା, ସୌରଭ ଭରଦ୍ବାଜ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଜାଣନ୍ତୁ କ’ଣ ରହିଛି ଘୋଷଣା..

୧. ଦିଲ୍ଲୀବାସୀଙ୍କ ଲାଗି ରୋଜଗାରର ଗ୍ୟାରେଣ୍ଟି।
୨. ମହିଳାଙ୍କୁ ପ୍ରତିମାସରେ ୨୧ଶହ ଟଙ୍କା ପେନସନ।
୩. ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା। ଏଥିରେ ବରିଷ୍ଠ ନାଗରିଗଙ୍କୁ ମିଳିବ ମାଗଣା ସ୍ଵାସ୍ଥ୍ୟସେବା।
୪. ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ବସ ଯାତ୍ରା। ଏହାସହ ମେଟ୍ରୋ ସେବାରେ ଛାତ୍ରଙ୍କ ଲାଗି ଯାତ୍ରାରେ ୫୦ ପ୍ରତିଶତ ରିହାତି ରହିଛି।
୫. ମନ୍ଦିରରେ ପୂଜକଙ୍କୁ ପ୍ରତିମାସ ୧୮ ହଜାର ଟଙ୍କା ପାଉଣା ଦେବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି।

Leave A Reply

Your email address will not be published.