ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ସରକାର
ଓଏଲ୍ ବ୍ୟୁରୋ: ମୁଖ୍ୟ ଶାସନ ସଚିବଙ୍କୁ ଦାୟିତ୍ୱ ବଢ଼ାଇଲେ ସରକାର। ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ସୂଚନା ଥାଉକି, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ବିଜେପି ସରକାରକୁ ଆସିବା ପରେ ଜୁନ୍ ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିଥିଲେ। ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।
ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍। ପ୍ରାୟ ୪୦ ବର୍ଷ ପରେ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ସେ ପ୍ରଥମଥର ଦାୟିତ୍ୱ ଗ୍ରହଣ କରିଥିଲେ। ୩୯ ବର୍ଷ ତଳେ ଗ୍ୟାନ ଚାନ୍ଦ ଜଣେ ଅଣ ଓଡ଼ିଆ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ସେ ୧୯୮୩ ଡିସେମ୍ବର ମାସରୁ ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଥିଲେ।
୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍ ମନୋଜ ଆହୁଜାଙ୍କ ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାର ସମୟ ଥିଲା। ତେବେ ବିଜେପି ସରକାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପରିିବର୍ତ୍ତନ କରିବେ ନା ତାଙ୍କ କାର୍ଯ୍ୟକଳ ବୃଦ୍ଧି କରାଇବେ ଏଭଳି ଚର୍ଚ୍ଚା ହେଉଥିବାବେଳେ କେନ୍ଦ୍ରୀୟ ନିଷ୍ପତି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ୨୦୨୫ ଜାନୁଆରୀ ୧ରୁ ୨୦୨୬ ଜାନୁଆରୀ ୧ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳ ବୃଦ୍ଧି କରାଯାଇଛି।