୪ ଦିନରେ ସରିବ ଇ-କେୱାଇସି ଯାଞ୍ଚ, ରାସନ୍କାର୍ଡ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ରାସନ୍କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ୪ ଦିନରେ ସରିବ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା। ୪୦ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି।ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ଇ-କେୱାଇସି କରିନାହାଁନ୍ତି। ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ଇ-କେୱାଇସି ଯାଞ୍ଚ କରିଛନ୍ତି। ରାଜ୍ୟ ବାହାରୁ ୧ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି ଯାଞ୍ଚ କରୁଛନ୍ତି। ଜାନୁଆରୀ ୩୧ରୁ ସରିବ ଇ-କେୱାଇସି। ଯାଞ୍ଚ ପରେ ଯଦି ଅଭିଯୋଗ ଆସେ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।