Odisha Link
Bridging the Missing Links in Odisha

ରାୟଗଡ଼ାରେ ପ୍ରତିଷ୍ଠା ହେବ ଆଲୁମିନିୟମ ପ୍ଲାଣ୍ଟ, ବଡ଼ ଘୋଷଣା କଲେ ବେଦାନ୍ତ ମୁଖ୍ୟ

ଓଏଲ୍‌ ବ୍ୟୁରୋ: ଆଜିଠୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫କୁ ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶାରେ ନିବେଶ କରିବ ବେଦାନ୍ତ। ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବ ବେଦାନ୍ତ। ଆଲୁମିନିୟମ ଶିଳ୍ପରେ ନିବେଶ କରିବ ବେଦାନ୍ତ। ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କଲେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କହିଛନ୍ତି। ଜୟ ଜଗନ୍ନାଥରୁ ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ବିତୀୟ ଗସ୍ତ। ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ। କନ୍‌କ୍ଲେଭ୍‌ରେ ପୂର୍ବ ଅପେକ୍ଷା ୫/୬ ଗୁଣ ଅଧିକ ପୁଞ୍ଜପତି ଯୋଗଦେଇଛନ୍ତି। ଓଡ଼ିଶାର ଲୋକଙ୍କୁ, ଓଡ଼ିଶା ସରକାରଙ୍କୁ ଏଭଳି ଆୟୋଜନ ପାଇଁ ଧନ୍ୟବାଦ। ଏହି ସମୟ ଠିକ୍‌ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ ସମର୍ଥନ କରୁଛି।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶ, ବିଦେଶର ନିବେଶକ ଓ ପ୍ରତିନିଧିଙ୍କୁ ସ୍ଵାଗତ। ଜଗନ୍ନାଥଙ୍କ ପବିତ୍ର ମାଟିକୁ ଆପଣ ସମସ୍ତଙ୍କୁ ସାଦର ସ୍ଵାଗତ। ଆପଣମାନଙ୍କ ସହଯୋଗରେ ଓଡ଼ିଶାର ଦିଶା ବଦଳିବ। କନକ୍ଲେଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଉଛି।

ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି।ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.