କେନ୍ଦୁଝରରେ ଷ୍ଟିଲପ୍ଲାଣ୍ଟ କରିବ ଜେଏସ୍ଡବ୍ଲୁ, ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷରିତ
ଓଏଲ୍ ବ୍ୟୁରୋ: ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫କୁ ଭୁବନେଶ୍ବର ଜନତା ମଇଦାନରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ନେଇ ବଡ଼ ସୂଚନା ଦେଲେ ଶିଳ୍ପ ସଚିବ। ଓଡ଼ିଶାରେ ୨.୨୮ ଲକ୍ଷ କୋଟି ନିବେଶ କରିବ ଆଦାନୀ। ନିବେଶ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୪ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଶିଳ୍ପପତିଙ୍କ ବିଶ୍ବାସ ବଢ଼ାଇଛି ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ। ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ସଠିକ ସମୟ। ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତି ଆଗ୍ରହୀ ଅଛନ୍ତି। ୫ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜେଏସ୍ଡବ୍ଲୁ କମ୍ପାନି ସହିତ ଓଡିଶା ରାଜ୍ୟ ସରକାରଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। କେନ୍ଦୁଝରରେ ୫ ନିୟୁତ ଟନ୍ର ଷ୍ଟିଲ ପ୍ଲାଣ୍ଟ ପାଇଁ ଏମ୍ଓୟୁ କରିଛି ଜେଏସ୍ଡବ୍ଲୁ। ନବୀନ ଜିନ୍ଦଲ ତାଙ୍କ ଗ୍ରୁପ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତି ରଖିଛନ୍ତି। ଆଉ ୭୦ ହଜାର କୋଟି ପୁଞ୍ଜି ନିବେଶ କରିବେ କହିଛନ୍ତି ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି।