‘କେନ୍ଦୁଝରରେ ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ, କ୍ଷମତା ବୃଦ୍ଧି ପାଇଁ ଖର୍ଚ୍ଚ ହେବ ୭୦ ହଜାର କୋଟି’

ଓଏଲ୍ ବ୍ୟୁରୋ: ଆଜିଠୁ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମେଳନ। ଯାହାକି ୨ ଦିନ ଅର୍ଥାତ ୨୮ ଓ ୨୯ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ୨୦୦ ଜାତୀୟ ପରିଷଦ ସଦସ୍ୟ ସାମିଲ ହେବାର ସୂଚନା ରହିଛି। ଜାତୀୟ ପରିଷଦ ସଦସ୍ୟଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ରେ ଯୋଗ ଦେବା ପାଇଁ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜୀକରଣ କରିଛନ୍ତି। ଏହି ସମାରୋହରେ ୧୬ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗଦେବେ। ଏସ୍ଏଲ୍ ମିତ୍ତଲ, ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ ଭଳି ଜଣାଶୁଣା ଶିଳ୍ପପତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ସୂଚନା ରହିଛି।
ଏହି କ୍ରମରେ ଓଡ଼ିଶା ଆସିଛନ୍ତି JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ। ଓଡ଼ିଶା ଗସ୍ତରେ ଆସି ସେ ବଡ଼ ସୂଚନା ଦେଇଛନ୍ତି। ନବୀନ ଜିନ୍ଦଲ କହିଛନ୍ତି, କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବ ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ। କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ JSPL। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କ୍ଷମତା ବୃଦ୍ଧି ପାଇଁ ୬ ବର୍ଷରେ ୭୦ ହଜାର କୋଟି ନିବେଶ ହେବ ବୋଲି ନବୀନ ଜିନ୍ଦଲ କହିଛନ୍ତି।