Odisha Link
Bridging the Missing Links in Odisha

ହସ୍ତତନ୍ତ ଓ ବୟନଶିଳ୍ପରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ, ବଡ଼ ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଶିଳ୍ପ ମହାକୁମ୍ଭ। ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି।

ଆଜି `ଉତ୍କର୍ଷ ଓଡ଼ିଶା’ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ଦ୍ଵିତୀୟ ଦିନରେ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ହସ୍ତତନ୍ତ ଓ ବୟନଶିଳ୍ପ ପାଇଁ ୩୬ଟି କମ୍ପାନିର ପ୍ରସ୍ତାବ ଆସିଛି। ଆଜି ୬ରୁ ଅଧିକ ସଂସ୍ଥା ସହିତ ହେବ MoU। ୮,୮୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୟନଶିଳ୍ପରେ ୭,୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖାଯାଇଛି।

`ଉତ୍କର୍ଷ ଓଡ଼ିଶା’ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ଦ୍ଵିତୀୟ ଦିନରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ। ଇପିକଲରେ ମହିଳା ନିବେଶକଙ୍କ ପାଇଁ ସ୍ବତନ୍ତ୍ର ସେଲ୍ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୂଆ ବିପ୍ଲବ ଆଣିବା ପାଇଁ ବେଶ୍ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଚାଷୀ ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଯିବ। ସ୍ମାର୍ଟଫାର୍ମା ଏବଂ ଡିଜିଟାଲ୍ ମାର୍କେଟିଂ ଦିଗରେ ଆମ ସରକାର କାର୍ଯ୍ୟ କରୁଛନ୍ତି।

ଜୈବିକ ପ୍ରଣାଳୀରେ ଚାଷ କରିବା ଦିଗରେ ଆମ ସରକାରଙ୍କ ଫୋକସ୍। ଆସନ୍ତୁ ଓଡ଼ିଶାର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ କରନ୍ତୁ। ଯୁବ ଉଦ୍ୟୋଗୀମାନେ ବିକଶିତ ଓଡ଼ିଶାର ଜଣେ ଜଣେ ଧର୍ମପଦ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି।

Leave A Reply

Your email address will not be published.